କର୍ଣିକାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣିକାର
ଉଚ୍ଚାରଣ: Karṇṇikāra
করবী, কলকেফুল, চিনেকরবী पीलाकनीर ତା. ପଚ୍ଛାଇଅଲାଚୀ ତେ. ଗେନ୍ନେରୁଚେଟୁ

ସଂ. ବି. (କର୍ଣିକା=କର୍ଣ୍ଣଭୂଷଣ+ଋ ଧାତୁ+ଗମନ କରିବା+ କତ୍ତୃ. ଅ) —

୧: ଆରଗ୍ବଧ; ସୁନାରୀ ଗଛ ଓ ଫୁଲ — ୧. Cassia (tree and flower).

୨: ଦ୍ରୁମୋତ୍ପଳ; ପରିବ୍ୟାଧ; ଗେଣ୍ଡୁଫୁଲ — ୨. Marigold (flower).

୩: କନିଅର ଫୁଲ ଓ ଗଛ — ୩. Yellow or bastered oleander; Thevetia Nerifolia; Cerebra Thevetia.

[ଦ୍ର—ଏ ଗଛର ଫୁଲ ତୋଫା ହଳଦିଆ ଓ ସୁଗନ୍ଧହୀନ ଏବଂ ଆକାରରେ ଗଞ୍ଜେଇ ଚିଲମ ପରି କନିଅର ଗଛ ଆମେରିକା ଦ୍ବୀପପୁଞ୍ଜର କିନ୍ତୁ ଭାରତକୁ ଆସି ବନ୍ୟ ହୋଇଅଛି; ଏହାର ଫଳ ଗୋଟାଳିଆ ଓ ତହିଁ ମଧ୍ୟରେ ଚେପ୍ଟା ମଞ୍ଜି ଥାଏ; ଏ ମଞ୍ଜିକୁ ଗୁଡ଼ ସଙ୍ଗେ ବାଟି ଖାଇଲେ ତାହା ପ୍ରାଣନାଶକ ବିଷ ହୁଏ ଏ ଦେଶର ସ୍ତ୍ରୀ ମାନେ ଏହାକୁ ଖାଇ ଆତ୍ମହତ୍ୟା କରନ୍ତି ଓ ଏହା ମଧ୍ୟ ଭୃଣ ହତ୍ୟାରେ ବ୍ୟବହୃତ ହୁଏ ଏହି ମଞ୍ଜିରେ ଥେଭେଟିନ୍ (Thevetin) ନାମକ ବିଷ ଅଛି ବଙ୍ଗଳାରେ କେହି କେହି କର୍ଣିକାରକୁ କରବୀ କହନ୍ତି; କିନ୍ତୁ ସଂସ୍କୃତ କରବୀ ନାଲି ଓ ଧଳା ଭେଦରେ ଦ୍ବୀବିଧ କରବୀର ଥୋପା ଥୋପା ଫୁଲ ହୁଏ କରବୀ ଫୁଲର ମୃଦୁ ଗନ୍ଧ ଅଛି, ମାତ୍ର କର୍ଣିକାର ଫୁଲ ନିର୍ଗନ୍ଧ କାଳିଦାସ କୁମାରସମ୍ଭବରେ ଲେଖିଛନ୍ତି— "ବର୍ଣ୍ଣପ୍ରକର୍ଷେ ସତି କର୍ଣିକାରଂ, ଦୁନୋତି ନିର୍ଗନ୍ଧତୟା ସ୍ମଚେତଃ " କନିଅର ମଞ୍ଜି ଉଗ୍ରବିଷ, କରବୀର ମୂଳ ଓ ଛାଲ ଉଗ୍ରବିଷ; କରବୀ ଗଛରେ ଛୁଇଁ ଧରେ; ମାତ୍ର କନିଅର ଗଛରେ ଗୋଲ ଫଳ ଧରେ ]